ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗୃହୀତ ପ୍ରାଚୀନ ସାମଗ୍ରୀ  ବୁଲି ଦେଖିଲେ କମିଶନର ଜାମିନୀ ଷଡ଼ଙ୍ଗୀ :

Apr 4, 2025 - 19:29
 0  2
ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗୃହୀତ ପ୍ରାଚୀନ ସାମଗ୍ରୀ  ବୁଲି ଦେଖିଲେ କମିଶନର ଜାମିନୀ ଷଡ଼ଙ୍ଗୀ :

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗୃହୀତ ପ୍ରାଚୀନ ସାମଗ୍ରୀ  ବୁଲି ଦେଖିଲେ କମିଶନର ଜାମିନୀ ଷଡ଼ଙ୍ଗୀ :

ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ):

ଆଜି (ଶୁକ୍ରବାର) ଦିନ  ସକାଳ ୧୦ଘଟିକା ସମୟରେ ବୌଦ୍ଧ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି | ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସଂଗ୍ରହାଳୟ ପରିସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକୃର ଜାନୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ | ବୌଦ୍ଧ ସଂଗ୍ରହାଳୟ ଠାରେ ସଂଗୃହିତ ପ୍ରାଚୀନ ସାମଗ୍ରୀ ଗୁଡିକ ବୁଲି ଦେଖିଥିଲେ l ଶ୍ରୀମତୀ ଷଡ଼ଙ୍ଗୀଙ୍କ ପରିଦର୍ଶନ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ  ଉପସ୍ଥିତ ଥିଲେ l ସ୍ଥପତି ସୁମନ ଷଡ଼ଙ୍ଗୀ ଏବଂ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ନିକଟରେ ଜ଼ିଲ୍ଲା ସଂଗ୍ରହlଳୟ ର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ

What's Your Reaction?

like

dislike

love

funny

angry

sad

wow